ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେଇ ସାରିଛି। ଏହି ଅବସ୍ଥାରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଏବଂ ସ୍ଥଳଭାଗ ଅତିକ୍ରମ କରିବ। ତେବେ ଆଉ ଅଧିକ ଘନୀଭୂତ ହେବନି ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୫୫ରୁ ୬୫ କିଲୋମିଟର ଓ ଆଭ୍ୟନ୍ତରରେ ୩୦ରୁ ୫୦ କିଲୋମିଟର ବେଗ ଯାଏଁ ପବନ ବହିପାରେ। ଆଜି ଉତ୍ତର ଓଡ଼ିଶାରେ ସର୍ବାଧିକ ବର୍ଷା ହେବ, କାଲିଠୁ କମିଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Published: Satyendu Shekher Mishra
Last updated: 19 August 2022, 10:08 PM IST
ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।