Advertisment

୨୦ରୁ ଖସିବ ତାତି, ୨୧ରୁ ବର୍ଷିବ !

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି।

author-image
Tanmay Kumar Mahalik

ଗ୍ରୀଷ୍ମ ଋତୁରେ ଖରା ତ ହୁଏ। ଏ ବର୍ଷର କଥା କିନ୍ତୁ ଅଲଗା । ସତେ ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି। ସବୁଦିନ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ଯାଏଁ ରହୁଛି। ଏହାରି ଭିତରେ ଚଳିତ ବର୍ଷ ଅଂଶୁଘାତରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ଅଂଶୁଘାତଜନିତ ବୋଲି ସ୍ପଷ୍ଟ ହୋଇଛି। ତେବେ ୨୧ ତାରିଖରୁ ବର୍ଷାର ବିସ୍ତୃତି ବଢିବା ସହ ୨୨ରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି  ପାଣିପାଗ ବିଭାଗ।

Advertisment
Odisha Weather
Advertisment
Advertisment