Virat Kohli
ଇଣ୍ଡିଆନ ପ୍ରିମିୟର ଲିଗ ବା IPLର ଅଷ୍ଟାଦଶ ସଂସ୍କରଣ ଜାରି ରହିଛି। ଟି୨୦ କ୍ରିକେଟରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରି ସ୍ଥିତିରେ ଡଟ ବଲ ଖେଳିବା ଦ୍ବାରା ଖେଳାଳି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜ ଦଳ ଉପରେ ଚାପ ସୃଷ୍ଟି କରିଥାନ୍ତି। ତେବେ ଆଇପିଏଲ ଇତିହାସର ସବୁଠୁ ସଫଳ ଖେଳାଳି ବିରାଟ କୋହଲି ଡଟ ବଲ ଖେଳିବା ମାମଲାରେ ଏକ ଅଲୋଡା ରେକର୍ଡ କରିଛନ୍ତି । ୨୦୨୪ ପର୍ଯ୍ୟନ୍ତ ସଂଗୃହୀତ ତଥ୍ୟ ଅନୁସାରେ ଆଇପିଏଲ ଇତିହାସର ସର୍ବାଧିକ ଡଟ ବଲ ଖେଳିଛନ୍ତି କୋହଲି । ଏ ଯାଏଁ ସେ ୨୦୩୧ଟି ଡଟ୍ ବଲ ଖେଳିଛନ୍ତି । ବର୍ତ୍ତମାନ ଆଇପିଏଲରେ ପ୍ରତି ଡଟ ବଲ ପିଛା ଗୋଟିଏ ଲେଖାଏ ବୃକ୍ଷରୋପଣ କରାଯାଉଛି। ଏପରି ସ୍ଥିତିରେ ବିରାଟଙ୍କ ଡଟ ବଲକୁ ଦୃଷ୍ଟିରେ ରଖିଲେ ଗଛ ଲଗାଇବା ମାମଲାରେ କୋହଲି ସବୁଠାରୁ ଆଗରେ ରହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)