ସାଧାରଣ ଦର୍ଶକଙ୍କୁ ଅଣଦେଖା କରି VVIPଙ୍କ ସନ୍ତୁଷ୍ଟିକରଣରେ ଲାଗିପଡୁଛି କି ଓସିଏ ? କାରଣ ୪୫ ହଜାର ସିଟ୍ ବିଶିଷ୍ଟ ବାରବାଟୀ ଷ୍ଟାଡ଼ିୟମରେ ୨୪ ହଜାର ଟିକଟ ବିକ୍ରି ଏବଂ ୨୧ ହଜାର ପାସ୍ ବଣ୍ଟନ ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । କେବଳ ପ୍ରଶ୍ନ ନୁହେଁ, ଗତକାଲି ଧାଡ଼ିବାନ୍ଧି ଦୟନୀୟ ଅବସ୍ଥା ଭୋଗିଲେ ହଜାର ହଜାର ଦର୍ଶକ । ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲା ପୋଲିସ । ତେବେ କାହିଁକି ଏଭଳି ଅବ୍ୟବସ୍ଥା ? କାହିଁକି ବାରବାଟୀରେ ବଢ଼ାଯାଉନି ସିଟ୍ ସଂଖ୍ୟା ? ସେନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ଓସିଏ କହିଛି, ସଦସ୍ୟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ।
Published By: Santosh Kumar Sahoo
Last updated: 06 February 2025, 10:21 PM IST
ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ୪ ଉଇକେଟରେ ହରାଇ ସହଜ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୮ ରନରେ ଅଲଆଉଟ ହୋଇଥିଲା।