Barabati
ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଟିକଟ ପାଇଁ ବାରବାଟୀରେ ବାର ବାଜିଗଲା ଦର୍ଶକଙ୍କର। ଅଫଲାଇନରେ ଟିକଟ ଖଣ୍ଡେ ହାତେଇବାକୁ ଗତରାତିରୁ ଧାଡ଼ିବାନ୍ଧିଥିବା କ୍ରିକେଟ୍ ପ୍ରେମୀ ଆଜି ଦିନତମାମ ହୋଇଛନ୍ତି ନାକେଦମ୍। କେତେବେଳେ ଧସ୍ତାଧସ୍ତି ତ ଆଉ କେତେବେଳେ ଦଳାଚକଟା ସ୍ଥିତି। କିଏ ଚେତାଶୂନ୍ୟ ହୋଇପଡ଼ିଲେ ତ ଆଉ କିଏ ଟିକଟ ନହେଲା ନାଇଁ, ଜୀବନ ବଞ୍ଚାଇ ଘରକୁ ବାହୁଡ଼ିଗଲେ। ତାମଧ୍ୟରେ ଉପସ୍ଥିତ କିଛି ଦର୍ଶକ ଭାଙ୍ଗିଦେଲେ ବ୍ୟାରିକେଡ୍। ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲେ କଟକ ଡିସିପି। ତେବେ ଅଫଲାଇନରେ ୧୨ ହଜାର ଟିକଟ ବିକ୍ରି ପାଇଁ ଧାର୍ଯ୍ୟ ତ ହୋଇଥିବାବେଳେ ପୋଲିସର ଦାୟିତ୍ବପଣିଆକୁ ନେଇ ଉଠିଛି ନାନା ପ୍ରଶ୍ନ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)