Advertisment

ଅଷ୍ଟ୍ରେଲିଆ ମ୍ୟାଚରେ ବାଜିଲା ଜନ ଗଣ ମନ...

ଟ୍ରୋଲ୍ ହେଉଛି ପାକିସ୍ତାନ କ୍ରିକେଟ ବୋର୍ଡ (PCB)। ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମ୍ୟାଚ୍ ଚାଲିଥିବା ବେଳେ ଜନ ଗଣ ମନ... ବଜାଇଥିଲା ଆୟୋଜକ ଦେଶ ପାକିସ୍ତାନ।

author-image
Santosh Kumar Sahoo

ଚାମ୍ପିଅନ୍ସ ଟ୍ରଫିରେ ଚାଲିଥିଲା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମ୍ୟାଚ୍, ଖେଳା ଯାଉଥିଲା ପାକିସ୍ତାନର ଲାହୋରରେ, କିନ୍ତୁ ବାଜିଲା ଭାରତର ଜାତୀୟ ସଂଗୀତ ଜନ ଗଣ ମନ... ଯାହାକୁ ନେଇ ବିଶ୍ୱ ଦରବାରରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି। ଶନିବାର ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମ୍ୟାଚ୍। ମ୍ୟାଚ୍ ଆରମ୍ଭ ବେଳେ ଦୁଇ ଦେଶ ଜାତୀୟ ସଂଗୀତ ଗାନ ପାଇଁ ପିଚରେ ଥିଲେ। ଏହି ସମୟରେ ଅଷ୍ଟ୍ରେଲିଆର ଜାତୀୟ ସଂଗୀତ ପରିବର୍ତ୍ତେ ବାଜିଥିଲା ଭାରତର ଜାତୀୟ ସଂଗୀତ, ଫଳରେ ଖେଳାଳିଙ୍କଠୁ ଦର୍ଶକ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିଛି ସେକେଣ୍ଡେ ପରେ ଜନ ଗଣ ମନ ବନ୍ଦ ହୋଇ ଅଷ୍ଟ୍ରେଲିଆ ଜାତୀୟ ସଂଗୀତ ବାଜିଥିଲା ସତ, ମାତ୍ର ଏହି କିଛି ସମୟର ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି, ଯାହାକୁ ନେଇ PCBକୁ ପ୍ରବଳ ଟ୍ରୋଲ୍ କରିଛନ୍ତି ନେଟିଜେନ୍ସ।

Advertisment
PCB England Australia National Anthem
Advertisment
Advertisment