Advertisment

ରବିବାର ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଆସନ୍ତାକାଲି ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା। ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର। କାଲିର ଲଢ଼େଇ ପୂର୍ବରୁ ଆଜି ଷ୍ଟାଡ଼ିୟମରେ ରୋହିତ ବାହିନୀ ଜୋରଦାର ନେଟ୍ ପ୍ରାକ୍ଟିସ୍ କରିଥିବାବେଳେ ଭୁବନେଶ୍ବରରେ ଗଲ୍ଫ ପଡ଼ିଆରେ ଅଭ୍ୟାସ କରିଛି ଟିମ୍ ଇଂଲଣ୍ଡ।

author-image
Manoranjan Sial

ବାରବାଟୀରେ ହେବ କଡ଼ା ଟକ୍କର। ଫ୍ୟାନଙ୍କୁ ଚଢ଼ିଲାଣି କ୍ରିକେଟ୍‌ ଜ୍ୱର। ନାହିଁନଥିବା କ୍ରେଜ୍। ଅସମ୍ଭବ ଭିଡ଼। ନେଟ୍ ପ୍ରାକ୍ଟିସ୍‌ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ଆଉ ସେମାନଙ୍କ ଚିୟର ଅପ୍‌ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼। କାଲିର ମ୍ୟାଚ୍‌ ପୂର୍ବରୁ ମ୍ୟାଚର ଭ୍ରମ୍‌ ସୃଷ୍ଟି କରିଛି ଆଜିର ଏ ଖଚାଖଚ୍ ଭରା ଷ୍ଟାଡ଼ିୟମ। ତାହାରି ଭିତରେ ଅପରାହ୍ନରେ ଷ୍ଟାଡ଼ିୟମରେ ଝାଳ ବୁହାଇଥିଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ଆଣ୍ଡ କୋ।

Advertisment
Barabati Stadium Odisha Cricket OCA
Advertisment
Advertisment