Advertisment

ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଇଣ୍ଡିଆ-ନ୍ୟୁଜିଲ୍ୟାଣ୍ଡ

ଦୀର୍ଘ ୨୫ ବର୍ଷ ପରେ ଦୁଇ ଦଳ ଆଇସିସି ଟ୍ରଫି ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୦୦୦ ମସିହାର ନାଇରୋବି ଫାଇନାଲରେ ଭାରତକୁ ମାତ୍ ଦେଇ ଚାମ୍ପିଅନ୍ ହୋଇଥିଲା ନ୍ୟୁଜିଲ୍ୟାଣ୍ଡ। ଭାରତ ନିଶ୍ଚୟ ବଦଲା ଲକ୍ଷ୍ୟରେ ରହିବ।

author-image
Santosh Kumar Sahoo

ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟରେ ହେବ ହାଇ ଭୋଲଟେଜ୍ ମ୍ୟାଚ। ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ ଇଣ୍ଡିଆ-ନ୍ୟୁଜିଲ୍ୟାଣ୍ଡ। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମିରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ପହଞ୍ଚିଛି। ଫଳରେ ଦୁଇ ଦଳ ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ। ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍। ଦୀର୍ଘ ୨୫ ବର୍ଷ ପରେ ଦୁଇ ଦଳ ଆଇସିସି ଟ୍ରଫି ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୦୦୦ ମସିହାର ନାଇରୋବି ଫାଇନାଲରେ ଭାରତକୁ ମାତ୍ ଦେଇ ଚାମ୍ପିଅନ୍ ହୋଇଥିଲା ନ୍ୟୁଜିଲ୍ୟାଣ୍ଡ। ଭାରତ ନିଶ୍ଚୟ ବଦଲା ଲକ୍ଷ୍ୟରେ ରହିବ।

Advertisment
Newzeland India Rohit Sharma
Advertisment
Advertisment