Advertisment

ଗ୍ରାଣ୍ଡ ଫିନାଲେ ପୂର୍ବରୁ ଦେଶବ୍ୟାପୀ କ୍ରିକେଟ୍ ଜ୍ୱର, ୨୦୦୩ର ବଦଲା ନେବାକୁ ପ୍ରସ୍ତୁତ ରୋହିତ୍ ବ୍ରିଗେଡ

ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ ।

author-image
Tanmay Kumar Mahalik

ଦୁଇ ଦଶନ୍ଧି ପରେ ଆଉ ଏକ ମହାମୁକାବିଲା । ଜୋହାନ୍ସବର୍ଗର ବଦଲା ନେବ କି ଅହମ୍ମଦାବାଦରେ। ପୁଣି ଥରେ କଙ୍ଗାରୁକୁ ଟକ୍କର ଦେବେ ମେନ୍ ଇନ୍ ବ୍ଲୁ। ସୁପର୍ ସନ୍ ଡେ’ରେ ହେବ ସୁପର ଫାଇନାଲ। ଆଉ ଟାଇଟଲ୍ ଟକ୍କର ପୂର୍ବରୁ ଭାଇରାଲ୍ ହେଉଛି ଦୁଇ କ୍ୟାପଟେନଙ୍କ ଏହି ଫଟୋ ସୁଟ୍। ଗାନ୍ଧିନଗର ନିକଟ ଅଡାଲଜ୍ ଷ୍ଟେପ୍ ୱେଲରେ ବିଶ୍ୱକପ୍ ସହ ରୋହିତ ଶର୍ମା ଓ ପ୍ୟାଟ୍ କମିନ୍ସଙ୍କ ଏହି ଫଟୋ ସୁଟ୍ କରାଯାଇଛି । ତେବେ କିଏ ହେବ ଏହି ବିଶ୍ୱକପର ହକଦାର। ଅଷ୍ଟ୍ରେଲିଆ ଷଷ୍ଠ ଥର ଲାଗି ଏହାକୁ ନିଜ କବଜାକୁ ନେବ ନା ତୃତୀୟ ଥର ଏହାକୁ ନିଜ ନାଁରେ କରିବ ଟିମ୍ ଇଣ୍ଡିଆ।

Advertisment
India ICC World Cup
Advertisment
Advertisment