କହିଛ ମାନେ ଟିକେଟ୍ ଦବ ନହେଲେ...
କିଏ ବାଉଁଶ ଉପରେ ଚଢି ବ୍ୟାରିକେଟ ଡେଉଁଛି। କିଏ ଘଣ୍ଟା ଘଣ୍ଟା ଛିଡା ହୋଇ ଟିକିଏ ବସିଯାଉଛି। ସମସ୍ତଙ୍କ ମନରେ ସେଇ ଗୋଟିଏ ଆଶା କେମିତି ଖଣ୍ଡିଏ ଟିକେଟ୍ ମିଳିବ। କାଲିର ପ୍ରବଳ ଠେଲାପେଲା, ଧସ୍ତା ଧସ୍ତି ଦେଖି ମଧ୍ୟ ଫ୍ୟାନ୍ସଙ୍କ ଭିତରେ ଟିକେ ହେଲେ କମିନି କ୍ରିକେଟ ଫିବର। କାଲିଠୁ ବାରବାଟୀ ଦିନିକିଆର ସବୁ ଟିକେଟ୍ ସରିଯାଇଥିଲେ ମଧ୍ୟ ଆଜି ସକାଳୁ ସକାଳୁ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରେ ଲୋକଙ୍କ ଭିଡ଼। ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝିବାକୁ ନାରାଜ, କହୁଛନ୍ତି ଆସିଛୁ ମାନେ ଟିକେଟ ନେଇକି ଯିବୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)