Advertisment

Video: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ

ଥ୍ୟାଙ୍କ୍ ୟୁ ଅଶ୍ୱିନ୍ ... ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ...ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ...

author-image
Santosh Kumar Sahoo

ଥ୍ୟାଙ୍କ୍ ୟୁ ଅଶ୍ୱିନ୍ । ଏକ ଚମତ୍କାର କ୍ୟାରିଅର୍ ପାଇଁ, ଭାରତକୁ ଏତେ ମ୍ୟାଚ୍ ଜିତାଇବା ପାଇଁ, ସ୍ପିନର ଯାଦୁ ପାଇଁ। ଆଜି ଯେତେବେଳେ ବ୍ରିସବେନ୍ ଟେଷ୍ଟ ଡ୍ର’ ଆଡ଼କୁ ବଢ଼ୁଥିଲା, ସମସ୍ତଙ୍କ ନଜର ଥିଲା ଭାରତୀୟ ଟିମର ଡ୍ରେସିଂ ରୁମ୍ ଉପରେ। ବିରାଟ କୋହଲି ଓ ରବି ଅଶ୍ୱିନଙ୍କ ଭିତରେ କିଛି କଥାବାର୍ତ୍ତା ଚାଲୁଥାଏ, ଉଭୟ ଟିକେ ଭାବବିହ୍ୱଳ ହୁଅନ୍ତି, ଅଶ୍ୱିନଙ୍କ କାନ୍ଧ ଉପରେ କୋହଲି ହାତ ରଖନ୍ତି ପରେ ତାଙ୍କୁ କୁଣ୍ଢେଇ ପକାନ୍ତି। କିଛି ସମୟ ପରେ ମ୍ୟାଚ୍ ଡ୍ର’ ହୁଏ, ପ୍ରେସ୍ କନଫରେନ୍ସ ପାଇଁ ପହଞ୍ଚନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା। ସାଙ୍ଗରେ ଥାଆନ୍ତି ଅଶ୍ୱିନ୍ ।

Advertisment
Ravichandran Ashwin BCCI Team India
Advertisment
Advertisment