Advertisment

ଜଣେ ବରକୁ ଦୁଇ କନିଆଁ, ଗୋଟିଏ ବେଦୀରେ ପଡିଲା ହାତଗଣ୍ଠି

ଗୋଟିଏ ବେଦୀରେ ପଡ଼ିଲା ୨ଟି ହାତଗଣ୍ଠି । ଜଣେ ପୁରୁଷ ଗୋଟିଏ ବେଦୀରେ ଦୁଇଜଣ ମହିଳାଙ୍କୁ ସିନ୍ଦୁର ପିନ୍ଧାଇଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରୁ ।

author-image
Namita Biswal

ଦୁଇଟି ଝିଅଙ୍କ ସହ ହୋଇଗଲା ପ୍ରେମ । କାହାକୁ ବିବାହ କରିବେ ଛିଡ଼ିଲାନି ଅଙ୍କ । ଶେଷରେ ଗୋଟିଏ ବେଦୀରେ ପଡ଼ିଲା ୨ଟି ହାତଗଣ୍ଠି । ଦର୍ଶକବନ୍ଧୁ ଭାବୁଛିନ୍ତି କି ଆମେ କୌଣସି ଫିଲ୍ମ କାହାଣୀ କହୁଛୁ? କିନ୍ତୁ ଏକଥା ପୁରା ସତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରୁ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କୋମାରମ ଭୀମ ଆସିଫାବାଦ ଜିଲ୍ଲାର, ଜଣେ ପୁରୁଷ ଗୋଟିଏ ବେଦୀରେ ଦୁଇଜଣ ମହିଳାଙ୍କୁ ସିନ୍ଦୁର ପିନ୍ଧାଇଛନ୍ତି । ଯୁବକ ଜଣକ ନାଁ ହେଉଛି ସୂର୍ଯ୍ୟଦେବ ।

Advertisment
Telangana Viral Video Bridegroom Unique Marriage
Advertisment
Advertisment