କିଏ ହେବେ PCC ସଭାପତି ? ପାଖାପାଖି ସାଢ଼େ ତିନିମାସ ଧରି ରାଜ୍ୟରେ ମୁରବୀଶୂନ୍ୟ ଥିବା କଂଗ୍ରେସକୁ ନୂଆ ମଙ୍ଗୁଆଳ ବାଛିବାକୁ AICC ନିର୍ଦ୍ଦେଶରେ କାଲି ଦୁଇ ଚୟନକାରୀ ଓଡ଼ିଶା ଆସିଥିଲେ । ହେଲେ ବୈଠକ ସାରି ସେମାନେ ଦିଲ୍ଲୀ ଯାଉ ଯାଉ ଏଠି ଦଳ ଭିତରେ ପୁଣି ଆରମ୍ଭ ହେଇଗଲାଣି ନେତାଙ୍କ ବଳ କଷାକଷି, ବୟାନବାଜି। କିଏ ହେବେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ ? ମହମ୍ମଦ ମୋକିମ୍ ? ଶ୍ରୀକାନ୍ତ ଜେନା ? ନା ଭକ୍ତ ଦାସ ? ଛତିଶଗଡ଼ର CLP ଲିଡର ଚରଣ ଦାସ ମହନ୍ତ ଓ AICC ସାଧାରଣ ସଂପାଦିକା ମୀନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ମାନସ ମନ୍ଥନ ହେଲା। ଆଉ ନିଷ୍କର୍ଷ ଆସିବା ଆଗରୁ ମାଡ଼ିଲାଣି କି ସେଇ ଗୋଡ଼ ଟଣାଟଣି ରୋଗ ?
Published By: Satyendu Shekher Mishra
Last updated: 05 November 2024, 10:10 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।