Advertisment

Waqf Bill Row: ୱାକଫ୍ ବିଲ୍‌କୁ ନେଇ ସୋଫିଆ-ଦେବାଶିଷ ମୁହାଁମୁହିଁ

ୱାକଫ୍ ବିଲକୁ ନେଇ ସୋଫିଆ ଦେବାଶିଷ ମୁହାଁମୁହିଁ । ସାଂସଦ ଦେବାଶିଷ ଜାଣିଶୁଣି ଭୋଟ ଦେଇନାହାନ୍ତି । ମିଛରେ କହୁଛନ୍ତି କଟକ-ବାରବାଟୀ ଲୋକଙ୍କ ପାଇଁ ଭୋଟ ଦେଇନି ।

author-image
Namita Biswal
ଅଦ୍ୟତନ ହୋଇଛି

ୱାକଫ୍ ବିଲକୁ ନେଇ ସୋଫିଆ ଦେବାଶିଷ ମୁହାଁମୁହିଁ । ସାଂସଦ ଦେବାଶିଷ ଜାଣିଶୁଣି ଭୋଟ ଦେଇନାହାନ୍ତି । ମିଛରେ କହୁଛନ୍ତି କଟକ-ବାରବାଟୀ ଲୋକଙ୍କ ପାଇଁ ଭୋଟ ଦେଇନି । ଭୋଟରଙ୍କ କଥା ଯଦି ସେ ଭାବିଥାନ୍ତେ ତେବେ ସେ ଭୋଟ ଦେଇଥାନ୍ତେ । ବିଜେପିକୁ ସପୋର୍ଟ କରି ଦେବାଶିଷ ଭୋଟ ଦେଇ ନାହାନ୍ତି ବୋଲି କଟକ-ବାରବାଟୀ ବିଧାୟିକା ସୋଫିଆ ସିଧା ନିଶାନା ମାରିଛନ୍ତି । ନିଜକୁ ବଞ୍ଚାଇବାକୁ ଯାଇ ଦେବାଶିଷ ନିଜ ଭୋଟରଙ୍କ କଥା କହୁଛନ୍ତି । ଦଳୀୟ ହ୍ୱିପ୍‌କୁ ମାନି ସେ ବିଲ ବିରୋଧରେ ଭୋଟ ଦେଇ ଆସି କହିପାରିଥାନ୍ତେ। ମୁଁ ମୋ ନିଜ ବିବେକାନୁସାରେ ବିଲକୁ ବିରୋଧ କଲି । ତାହେଲେ ଜଣାପଡିଥାନ୍ତା ନିଜ ଭୋଟର ଭାଇମାନଙ୍କ ଦେବାଶିଷ ବାବୁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋଫିଆ ।    

Advertisment
BJD Congress Odisha Politics WAQF Bill
Advertisment
Advertisment