Advertisment

ଆସନ୍ତାକାଲି ନବୀନଙ୍କ ଜନ୍ମଦିନ; ଆଗୁଆ ଶୁଭେଚ୍ଛା ଜଣାଇଲେ ବିରୋଧୀ, ୨୦୨୪ ଟକ୍କର ପାଇଁ ଦେଲେ ଆହ୍ୱାନ

ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।

author-image
Tanmay Kumar Mahalik

ଲଗାତର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦରେ ବସି ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଥିଲେ ନବୀନ । ୨୪ ନିର୍ବାଚନରେ ଷଷ୍ଠ ଥର ପାଇଁ ଜିତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ରେକର୍ଡ କାଟିବାକୁ ବିଜେଡି କରୁଛି ଷ୍ଟ୍ରାଟେଜି ।ଏହାରି ଭିତରେ ଆସନ୍ତାକାଲି ନବୀନଙ୍କୁ ୭୭ ପୂରି ୭୮ ଚାଲିବ ।ସାଧାରଣ ନିର୍ବାଚନକୁ ୬ ମାସ ବାକିଥିବାରୁ ନବୀନଙ୍କୁ ପାଇଁ ଆଗକୁ ବଡ଼ ଚାଲେଞ୍ଜ ।ବିରୋଧୀ ନବୀନଙ୍କୁ ଜନ୍ମଦିନର ଆଗୁଆ ଶୁଭେଚ୍ଛା ଜଣାଇବା ସହ ୨୪ ଟକ୍କର ପାଇଁ ଆହ୍ୱାନ ବି ଦେଇଛନ୍ତି ।ତେବେ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଯୋଗୁଁ ଏଥର ଜନ୍ମଦିନ ପାଳିବେନି ନବୀନ ।

Advertisment
Naveen Patnaik BJD Election
Advertisment
Advertisment