୪ ଦିନରେ ୫-୫ଟି ମାଗଣା ଯୋଜନା ଘୋଷଣା। ଗତ ଶନିବାର ସବୁ ଭତ୍ତା ୫୦୦ ଟଙ୍କା ବୃଦ୍ଧି। ରବିବାର କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍ । ସୋମବାର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ହଜାରେ ଟଙ୍କାର ସହାୟତା ଓ ମାଗଣାରେ ୨ଟି ଲେଖାଏଁ ଝୋଟ ବ୍ୟାଗ୍। ବେକାର ଯୁବକଯୁବତୀମାନଙ୍କୁ ସ୍ବୟଂ ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏଁ ଋଣ। ଆଉ ଆଜି ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ ଓ' ଶିକ୍ଷାବୃତ୍ତିରେ ବର୍ଷକୁ ୯ରୁ ୧୦ ହଜାର ଟଙ୍କାର ଯାଏଁ ସହାୟତା ଘୋଷଣା। ପୁଣି ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରି ଛାତ୍ରଛାତ୍ରୀଙ୍କୁ ନୂଆ ମ୍ୟାଜିକ ସ୍ମାର୍ଟ କାର୍ଡ। ଯାହାଦ୍ବାରା ଛାତ୍ରଛାତ୍ରୀମାନେ ମାଗଣାରେ ବସ୍ ଓ ଟ୍ରେନରେ ଯାତାୟତ କରିବା ସହ ଫ୍ରି ୱାଇଫାଇ ସୁବିଧା ପାଇପାରିବେ ।
Published By: Satyendu Shekher Mishra
Last updated: 13 February 2024, 10:43 PM IST
ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଦୁଇଘଣ୍ଟା କଥାହେବେ। କାଳେ ମୋଦି କ'ଣ ପଚାରି ଦେବେ, ସେଇଥିପାଇଁ ସିନେମା ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ବିଜେପି ନେତା। କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ, କିନ୍ତୁ କ'ଣ ଏହା ପଛର ରହସ୍ୟ, ଓଡ଼ିଶା ବିଜେପି ନେତାଏ କେଉଁ ଫିଲ୍ମ ଦେଖୁଛନ୍ତି, ଜାଣିବାକୁ ପଢ଼ନ୍ତୁ ଏହି ଖବରଟି।