କାଲି ଆସିବେ ପ୍ରଧାନମନ୍ତ୍ରୀ । ସ୍ବାଗତ ପାଇଁ ସଜେଇ ହୋଇଛି ରାଜଧାନୀ ରାସ୍ତା । ଜନତା ମଇଦାନରେ ପ୍ରସ୍ତୁତି ଶେଷ, ଷ୍ଟେଜ୍ ରେଡ୍ଡୀ । ଏଣେ ପିଏମ୍ଙ୍କ କାର୍ଯ୍ୟକ୍ରମ ନେଇ ବି ଆସିଛି ବିସ୍ତୃତ ବିବରଣୀ । ମଙ୍ଗଳବାର ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ମୋଦି । ସେଠୁ ସିଧା ଗାଡ଼କଣ ଗାଁକୁ ଯିବେ । ୧୧ଟା ୧୦ରେ ଗାଡ଼କଣରେ ପହଞ୍ଚି ସେଠି, ୧୧ଟା ୧୫ରୁ ୧୧ଟା ୪୫ ଯାଏ ୨୦ ଜଣ ଆବାସ ହିତାଧିକାରୀଙ୍କ ସହ ପାଖାପାଖି ଅଧ ଘଣ୍ଟା ଧରି ଆଲୋଚନା କରିବେ । ସେଥିପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା, ନୂଆ ରୂପ ଦିଆଯାଉଛି ଗାଁର ଭାଗବତ ଟୁଙ୍ଗୀ ଘର । ତା ସହ ହିତାଧିକାରୀଙ୍କ ଘର ଆଗରେ ଲେଖା ଚାଲିଛି ଆବାସ ସମ୍ବନ୍ଧୀୟ ବିବରଣୀ ।
Published By: Satyendu Shekher Mishra
Last updated: 16 September 2024, 09:45 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।