ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ । ପ୍ରଶ୍ନକାଳ ଆରମ୍ଭରୁ ନିଜ ନିଜ ସ୍ଥାନରେ ଛିଡ଼ା ହୋଇ ଏମିତି ପ୍ରତିବାଦ କରିଥିଲେ ବିଜେଡି ବିଧାୟକମାନେ। ଫଳରେ ଗୋଟିଏ ମିନିଟ୍ ବି ଚାଲି ପାରିଲାନି ଗୃହ । ମୁଲତବୀ ଘୋଷଣା ପରେ ସିଧା ଗାନ୍ଧି ମୂର୍ତ୍ତି ତଳେ ଯାଇ ପ୍ରତିବାଦ କରିଥିଲେ ।
Published By: Tanmay Kumar Mahalik
Last updated: 07 February 2024, 09:36 PM IST
ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।