Advertisment

ପାଣ୍ଡିଆନଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ, ପାଣ୍ଡିଆନ୍ ଗୁଣଗାନକୁ ନେଇ ଚର୍ଚ୍ଚା ବିଜେଡିର ଯୁବଠୁ ବରିଷ୍ଠ, ଅଧିକାଂଶ ନେତା ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ସ୍ୱାଗତ କରୁଛନ୍ତି ତ କେହି କେହି ତାଙ୍କୁ ବିକାଶ ପୁରୁଷ ବୋଲି ବି କହିଲେଣି।

author-image
Santosh Kumar Sahoo

ପାଣ୍ଡିଆନଙ୍କ ଜୟ ଜୟକାରରେ ମାତିଛନ୍ତି ବିଜେଡି ନେତା। ନବୀନଙ୍କ ଉତ୍ତରାଧିକାରୀ ଭାବେ ଦଳ ଭିତରୁ ମିଳିଲାଣି କି ଆଭାସ ? ସୋସିଆଲ୍ ମିଡିଆରେ ଜନପ୍ରତିନିଧିମାନେ ଏବେ ଖୁଲମ ଖୁଲା ପୋଷ୍ଟ କଲେଣି ପାଣ୍ଡିଆନଙ୍କ ପ୍ରଶଂସା। ନେତୃତ୍ୱକୁ ସ୍ୱୀକାର କରିବାକୁ ସମର୍ଥନ ବି ଜଣାଉଛନ୍ତି। VRS ପରେ ରାଜନୀତିରେ ଯୋଗ ଦେଇନାହାନ୍ତି ପାଣ୍ଡିଆନ୍ । କିନ୍ତୁ ବିଜେଡି ନେତାଙ୍କ ବ୍ୟାନର ପୋଷ୍ଟରରେ ଏବେଠାରୁ ଛାଇଗଲାଣି ପାଣ୍ଡିଆନଙ୍କ ଫଟୋ ବିଧାୟିକାଙ୍କଠାରୁ ଆରମ୍ଭ କରି ନିଗମ ଅଧ୍ୟକ୍ଷଙ୍କ ଯାଏ, ସମସ୍ତେ ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍ ମିଡିଆରେ ବିଜେଡି ନେତା ଓ କର୍ମୀ ପାଣ୍ଡିଆନଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଗଣମାଧ୍ୟମ ଆଗରେ ବି ମୁହଁ ଖୋଲି ଜଣକ ପରେ ଜଣେ ନେତା କହିଲେଣି ପାଣ୍ଡିଆନ୍ ହେଉଛନ୍ତି ବିକାଶ ପୁରୁଷ, ରାଜନୀତିକୁ ଓହ୍ଲାଇଲେ ସଫଳ ହେବେ। ଅନ୍ୟପଟେ ବିରୋଧୀ ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

Advertisment
Odisha BJD VK Pandian
Advertisment
Advertisment