Advertisment

ECIଙ୍କ ଆକ୍ସନ ପରେ ହଲଚଲ୍

ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଅଭିଯୋଗରେ ବଢ଼ିଲା ରାଜ୍ୟର ୨ ଚର୍ଚ୍ଚିତ IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଅଡୁଆ । ଆକ୍ସନ ମୋଡକୁ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଚାରିଆଡ଼େ ଏବେ ହଲଚଲ୍ ।

author-image
Santosh Kumar Sahoo

୨ବରିଷ୍ଠ IPSଙ୍କ ଉପରେ ନିର୍ବାଚନ କମିଶନଙ୍କ ପ୍ରହାର ପରେ ହଟଚମଟ । ECIଙ୍କ ଜାଲରେ ଛନ୍ଦି ହୋଇଥିବା IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶାସକ ଦଳ ପ୍ରତି କିଭଳି ଅହେତୁକ ଅନୁକମ୍ପା ଦେଖାଇ ସରକାରୀ ପଦବୀର ଅପବ୍ୟବହାର କରୁଥିଲେ, ସେନେଇ ଲାଗିରହିଛି ନାନା ଚର୍ଚ୍ଚା । ଅପରପକ୍ଷେ ECIଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ବର ଏମ୍ସରେ ୬ଜଣିଆ ଟିମ୍ ଗଠନ କରାଯାଇଥିବାବେଳେ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବାକୁ ନିଲମ୍ବିତ କୁଟ୍ଟେ ଦିଲ୍ଲୀ ପହଞ୍ଚିଥିବା ସୂଚନା ମିଳିଛି।

Advertisment
Election Commission General Election 2024
Advertisment
Advertisment