Jatani Politics
ପ୍ରଚାରରେ କମ୍ପୁଛି ଜଟଣୀ ମଇଦାନ। ସମର୍ଥକଙ୍କୁ ଧରି ଚଳାଇଛନ୍ତି କ୍ୟାମ୍ପେନ୍ । ଶକ୍ତି ପ୍ରଦର୍ଶନ କରୁଛନ୍ତି ଜାତୀୟ ଓ ଆଞ୍ଚଳିକ ଦଳର ପ୍ରାର୍ଥୀ । କିନ୍ତୁ ଦୌଡ଼ର ପଛରେ ପଡ଼ି ନାହାଁନ୍ତି ସ୍ବାଧୀନ ପ୍ରାର୍ଥୀ । କିଏ ମୁଠାଏ ମୁଠାଏ ଧାନ ମାଗି ଭିନ୍ନ ତରିକାରେ ଭୋଟ ଭିକ୍ଷା କରୁଛନ୍ତି ତ, ଆଉ କିଏ ଯୁବ ପ୍ରାର୍ଥୀ କହି ଡୋର ଟୁ ଡୋର ବୁଲି ଆଶୀର୍ବାଦ ନେଇ ନିଜ ପାଇଁ ମାଗୁଛନ୍ତି ଭୋଟ। ଏ ହେଉଛିନ୍ତି ଜଟଣୀ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ନବନିର୍ମାଣ କୃଷକ ସଂଗଠନର ସଂଗଠକ ଏମ୍ ଡି ମନ୍ୱର୍ ଅଲ୍ଲୀ । ଟ୍ରାକ୍ଟରରେ ବିରାଟ ରାଲି କରି ଭୋଟରଙ୍କ ମନି ଜିଣିବାକୁ ପ୍ରୟାସ କରିଛନ୍ତି। ସେହିଭଳି
ଯୁବ ସମାଜ ସେବୀ ସୁଜିତ୍ ବଳବନ୍ତରାୟ ପ୍ରଥମଥର ପାଇଁ ଜଟଣୀରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଦୁଇ ସ୍ବାଧୀନ ପ୍ରାର୍ଥୀ ବେକାରୀ ଓ ଚାଷୀଙ୍କ ସମସ୍ୟାକୁ ମୁଦ୍ଦା କରି ଜଟଣୀ ଗଡ଼ ଜିତିବାକୁ ପ୍ରୟାସ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)