Advertisment

ରାଜ୍ୟର ଆଉ ୧୪ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ; ତେଜିଲା ରାଜନୀତି

ଆଦିବାସୀଙ୍କ ନିଜସ୍ୱ ପରିଚୟ ଓ ସଂସ୍କୃତିକୁ ବଜାୟ ରଖିବାକୁ ୨୦୧୮ରେ ୯ଟି ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ହେଲେ ୨୦୧୯ ନିର୍ବାଚନ ପରେ ଆଦିବାସୀଙ୍କ ବିକାଶ କଥା ଭୁଲିଗଲେ ସରକାର ।

author-image
Tanmay Kumar Mahalik

ରାଜ୍ୟର ଆଉ ୧୪ ଜିଲ୍ଲାରେ ଗଠନ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା SDC । ୨୩ ଜିଲ୍ଲାକୁ ବଢ଼ିଲା କଳେବର । ହେଲେ ଆଦିବାସୀଙ୍କ ବିକାଶ ଲାଗି ଗଠନ ହୋଇଥିବା ଏସବୁ SDCର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଆଦିବାସୀ । ଏପଟେ ନୂଆ SDC ଗଠନକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିରୋଧୀଙ୍କ ଅଭିଯୋଗ, ଜନଜାତିଙ୍କ ପ୍ରତି ନାହିଁ ସରକାରଙ୍କ ଆନ୍ତରିତକା । ସାଧାରଣ ନିର୍ବାଚନ ପୂର୍ବରୁ କେବଳ ଅସନ୍ତୁଷ୍ଟଙ୍କ ଥଇଥାନ ଲାଗି ଖୋଲାଯାଉଛି SDC ।

Advertisment
SDC Special Development Council
Advertisment
Advertisment