ଶୀତ ଅଧିବେଶନ ପାଇଁ ୩ ଦଳର ପ୍ରସ୍ତୁତି । ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ବାଛି ସାରିଲେଣି ବିରୋଧୀ । ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଆଦାନୀ ଏବଂ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ସରକାରକୁ ହରଡଘଣାରେ ପକାଇବାକୁ ଯୋଜନା କରିଛନ୍ତି ବିଜେଡି କଂଗ୍ରେସ । ଅନ୍ୟପଟେ ବିଧାୟକ ଦଳ ବୈଠକ ଡାକି ବିରୋଧୀଙ୍କୁ କାଉଣ୍ଟର କରିବାକୁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ଶାସକ ଦଳ ବିଜେପି । ସରକାରଙ୍କ ଉପଲବ୍ଧି ରଖି ବିଗତ ସରକାରଙ୍କ ୨୪ ବର୍ଷର କଳା ଚିଠା ଖୋଲିବାକୁ ସ୍ଥିର କରିଛି ବିଜେପି ।
Published By: Satyendu Shekher Mishra
Last updated: 25 November 2024, 10:22 PM IST
ସୁଭଦ୍ରା ଯୋଜନାର ଆସିବ ନୂଆ ୩ଟି ରୂପ । କେବଳ ଆର୍ଥିକ ସହାୟତା ନୁହେଁ ଏଥର ମହିଳାଙ୍କୁ ଋଣଦେବ ସୁଭଦ୍ରା । ଏବେ କେବଳ ପାଞ୍ଚ ହଜାର ନୁହେଁ ଋଣ ନେଇ ବ୍ୟବସାୟ ଆରମ୍ଭ କରିପାରିବେ ମହିଳା ।