Advertisment

ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ, କାନ୍ଧରୁ ଷ୍ଟାର ଭିଡ଼ି ଧରିଲେ

ଆଚରଣ- ଉଗ୍ର, ଅଶୋଭନୀୟ । କ୍ୟାମେରାରେ କଏଦ୍ ସାରା କାରନାମା । ପୋଲିସକୁ ଧକ୍କାପେଲା କଲେ, ଧମକାଇଲେ । ବ୍ୟାରିକେଡ୍ ବି ଭାଙ୍ଗିଲେ । ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କ କଲର ଝିଙ୍କିଲେ ।

author-image
Santosh Kumar Sahoo

ବିଧାନସଭାରୁ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ ପ୍ରତିବାଦରେ ଦଳର ନେତା ଓ କର୍ମୀଙ୍କ ଉଗ୍ର ଆଚରଣ । ଆଜି ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମବେଳେ ସେମାନଙ୍କୁ ଅଟକାଇବାରୁ ପୋଲିସକୁ ଠେଲାପେଲା କରିବା ସହ ନାଲି ଆଖି ଦେଖାଇବାକୁ ବି ପଛାଇ ନଥିଲେ । କ୍ୟାମେରାରେ ସବୁ ଚିତ୍ର କଏଦ ହୋଇଥିବାବେଳେ କିନ୍ତୁ ସବୁ କଥାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଓ ପୋଲିସ ପ୍ରତି ନୂଆ ଆକ୍ଷେପ ଆଣିଛନ୍ତି କଂଗ୍ରେସ ନେତା, ଯାହାର କଡ଼ା ପ୍ରତି ଜବାବ ଦେଇଛି ବିଜେପି ।

Advertisment
Odisha Congress Commissionerate Police
Advertisment
Advertisment