ବିଦ୍ରୋହ ଆଉ ଅସହମତି । ବିଜେଡିର ୩୩ଟି ଯାକ ସାଙ୍ଗଠନିକ ଜିଲ୍ଲା ପାଇଁ ଛିଣ୍ଡିଲାନି ସଭାପତି ଅଙ୍କ। ୧୮ ଜିଲ୍ଲା ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ବାକି ୧୫ଟିରେ କାହିଁକି ଅସହମତି ଦେଖାଦେଇଛି ତାକୁ ନେଇ ପ୍ରଶ୍ନ । ପୂର୍ବରୁ ଏଭଳି କେବେ ଦେଖାଦେଇ ନଥିବା ବେଳେ ବିପର୍ଯ୍ୟୟ ପରେ କିନ୍ତୁ ଆଶାୟୀ ଆଉ ଦଳପତିଙ୍କ ଆଦେଶକୁ ଖାତିର୍ କରୁନାହାଁନ୍ତି । ଯାହାକି ଫାଟୁଥିବା ସଂଗଠନ ଆଡ଼କୁ ଇସାରା କରୁଛି ।
Published By: Santosh Kumar Sahoo
Last updated: 16 April 2025, 10:23 PM IST
ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି ।