ନବୀନଙ୍କ ଗୋଚ୍ଛି କଟା ପଲିଟିକ୍ । ଯିଏ ପାଟି ଖୋଲିଥିଲେ, ତାଙ୍କ ପାଇଁ ନାହିଁ ବଡ଼ ପଦବୀ । ଯିଏ ଚୁପ୍ ତାଙ୍କୁ ଦଳରେ ମିଳିଲା ଗୁରତ୍ୱ । ମୁହଁ ଖୋଲୁଥିବା ବାପାଙ୍କ ପାଇଁ ପୁଅ ପଡ଼ିଲେ ବଳି । ଆଉ କିଏ ନିଜ ପାଇଁ ପାଟି ଖୋଲି ନବୀନଙ୍କ ଗୁଡବୁକ୍ରେ ହଟାଇଲେ ନାଁ । ନିଜର ପକାନ୍ତୁ ଏ ସବୁ ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକାକୁ । କେଉଁଥିରେ ୧୦ଜଣ, କେଉଁଥିରେ ୧୫ ଜଣ ଏବଂ ଆଉ ପୁଣି କେଉଁ ତାଲିକାରେ ରହିଛି ୭୧ ବରିଷ୍ଠ ଓ କନିଷ୍ଠ ନେତାଙ୍କ ନାଁ ।
Published By: Sujit kumar Swain
Last updated: 06 May 2025, 11:01 AM IST
ମେୟର ସୁଲୋଚନାଙ୍କ ବୟାନ ପରେ ତେଜିଲା ବୟାନବାଜି। ଭୋଟ ବ୍ୟାଙ୍କ ପାଇଁ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଇଥିଲା ବିଜେଡି: ଜୟନାରାୟଣ। ଅଭିଯୋଗକୁ ଖଣ୍ଡନ କରି ବିଜେଡିର ପାଲଟା ହମଲା