Advertisment

Pravat Tripathy: ପ୍ରଶଂସା କରିଥିଲେ ପାଣ୍ଡିଆନ୍‌, ସବୁ ସାରିଦେଲେ ନବୀନ

ସୋସିଆଲ ମିଡିଆରେ ପ୍ରଭାତଙ୍କୁ ନେଇ ବିଜେଡି ସଭାପତିଙ୍କ ଏବେର ଏହି ବାଇଟ୍‌ ଓ ସେତେବେଳର ପାଣ୍ଡିଆନ୍‌ଙ୍କ ପଚାର ସମୟର ଏ ଭିଡିଓ ଖୁବ୍‌ ଭାଇରାଲ ହେଉଛି ।

author-image
Santosh Kumar Sahoo

ପାଣ୍ଡିଆନ୍‌ କରୁଥିଲେ ପ୍ରଶଂସା । ନବୀନ କରୁଛନ୍ତି ଚରିତ୍ର ଚିତ୍ରଣ । ପାଣ୍ଡିଆନ୍‌ କହୁଥିଲେ ପ୍ରଭାତଙ୍କୁ କେବେ ଭୁଲିପାରିବିନି । ନବୀନ କହୁଛନ୍ତି ପ୍ରଭାତ ଗିରଫ ହୋଇଛନ୍ତି, ଚିଟଫଣ୍ଡ କେସ୍‌ ରେ ଜେଲ୍‌ ଯାଇଛନ୍ତି । ସୋସିଆଲ ମିଡିଆରେ ପ୍ରଭାତଙ୍କୁ ନେଇ ବିଜେଡି ସଭାପତିଙ୍କ ଏବେର ଏହି ବାଇଟ୍‌ ଓ ସେତେବେଳର ପାଣ୍ଡିଆନ୍‌ଙ୍କ ପଚାର ସମୟର ଏ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ରାଜନୀତିରେ ସମୟର ଚକ କେମିତି ଗଡ଼ି ବଦଳିଯାଏ ତା’ ଏଠି ସ୍ପଷ୍ଟ କହୁଛି । ୨୪ ବର୍ଷ ବିଜେଡି ଶାସନରେ ରହିସାରିବା ପରେ ଏବେ ଯେମିତି କେବଳ ବିଳିବିଳାଇ ହେଉଛି । ଆଉ ବିଜେଡି ଦଳର ସଭାପତି ଚୁପ ରହି କଷୁଛନ୍ତି ରାଜନୀତିର ମାନସା ଅଙ୍କ । ପରାଜୟ କଥା ଉଠାଇ ପାଣ୍ଡିଆନ୍‌ଙ୍କୁ ନିଜ ଦଳର ନେତା କିଛି କହିଲେ ଦେଉଛନ୍ତି ଏମିତି ଉତ୍ତର ।

Advertisment
Naveen Patnaik VK Pandian Pravat Tripathy
Advertisment
Advertisment