Advertisment

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି

ମହେଶ୍ୱରଙ୍କ ବିୟୋଗ ପରେ ଝୁରୁଛି କୁକୁର ମାକ୍ସ। ବାହୁନି କାନ୍ଦୁଛନ୍ତି ଡ୍ରାଇଭର୍। ଶୋକରେ ପରିବାର, ସଂପର୍କୀୟ, ସମର୍ଥକ ଓ ଶୁଭେଛୁ...

author-image
Kausik Mohapatra

ପଞ୍ଚଭୂତରେ ବିଲୀନ ହେଲେ ପୁରୀ ମାଟିର ଟାଣୁଆ ନେତା ମହେଶ୍ୱର ମହାନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ଗାର୍ଡ ଅଫ୍ ଅନର ପରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ମହେଶ୍ୱରଙ୍କ ସଂପର୍କୀୟ, ବହୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଙ୍କ ସହ ତାଙ୍କର ଶହ ଶହ ଶୁଭେଚ୍ଛୁ ଓ ସମର୍ଥକ ଏବଂ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏହାପରେ ତାଙ୍କ ମୃତଦେହକୁ ପୁରୀକୁ ନେବା ବେଳେ ଶବାଧାର ପଛେ ପଛେ ଦେଖିବାକୁ ମିଳିଥିଲା ଜନସମୁଦ୍ର ।

Advertisment
Passes Away Last Rites
Advertisment
Advertisment