Advertisment

କୋଟିଆ ପାଇଁ ବଦଳୁଛି କି ଆନ୍ଧ୍ର ରଣନୀତି ? ନବୀନ ଆମ ବାପା ଭଳି କହିଲେ ଉପମୁଖ୍ୟମନ୍ତ୍ରୀ !

୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା ।

author-image
Tanmay Kumar Mahalik

କୋଟିଆ ଦଖଲ ପାଇଁ ନିଇତି ଷଡ଼ଯନ୍ତ୍ର ଚଳାଇଥିବା ଆନ୍ଧ୍ର ବିରୋଧରେ ତୁଚ୍ଛାରେ ମୁହଁ ଭୁରୁଡ଼ି ମାରୁଥିବା ଓଡ଼ିଶା ସରକାରଙ୍କୁ ପୁଣି ଆନ୍ଧ୍ରର ସାଙ୍ଘାତିକ ଚାଲେଞ୍ଜ । କୋଟିଆବାସୀଙ୍କୁ ସରକାରୀ ପ୍ରଲୋଭନ ଦେଖାଇ ନିଜ ଆଡକୁ ଟାଣିଚାଲିଥିବା ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ଆଜି ସରକାରୀ ଦଳବଳ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି କୋଟିଆରେ । ଘରକୁ ଘର ବୁଲିଛନ୍ତି, ସରକାରୀ ଯୋଜନାର ପ୍ରଚାର କରିଛନ୍ତି । ଆଉ ତାହାରି ଭିତରେ ଆନ୍ଧ୍ର-ଓଡ଼ିଶା ଭାଇ ଭାଇ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ବାପା ଭଳି ବୋଲି ମନ୍ତବ୍ୟ ଦେଇଛନ୍ତି ଡେପୁଟୀ ସିଏମ୍ ରାଜନ ଦୋରା । ଯାହାକୁ ନେଇ ଖଡଗହସ୍ତ ସ୍ଥାନୀୟ ନେତା। 

Advertisment
Kotia
Advertisment
Advertisment