Advertisment

ମହାଗଠବନ୍ଧନ ଛାଡ଼ି ପୁଣି NDAକୁ ଡେଇଁ ପାରନ୍ତି ନୀତୀଶ

ବିହାର ବିଧାନସଭାରେ ୨୪୩ ଆସନ ମଧ୍ୟରୁ ଆରଜେଡର ଏବେ ୭୯ ବିଧାୟକ ଅଛନ୍ତି। ବିଜେପିର ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିବା ବେଳେ ଜେଡିୟୁ ୪୫, କଂଗ୍ରେସ ୧୯, ବାମମେଣ୍ଟ ୧୬, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ମାଞ୍ଝିଙ୍କ HAMର ୫ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

author-image
Santosh Kumar Sahoo

ପୁଣି କାହିଁକି ପଟ ପରିବର୍ତ୍ତନ କରିବେ ନୀତୀଶ ? କୁହାଯାଉଛି ତାଙ୍କୁ ହଟାଇ ପୁଅ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଆରଜେଡି ନେତା ଲାଲୁ ଯାଦବ କରିଥିବା ଷଡ଼ଯନ୍ତ୍ର ହିଁ ମୁଖ୍ୟ କାରଣ। ଲାଲୁଙ୍କ ଆଶା ଥିଲା ନୀତୀଶ ଯଦି ‘ଇଣ୍ଡି’ ମେଣ୍ଟର ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ଗାଦି ଆପେ ଖାଲି ହୋଇଯିବ। ତେବେ ମଲ୍ଲିକାର୍ଜୁନ ଖାଡଗେଙ୍କ ମେଣ୍ଟର ନେତା ନିର୍ବାଚିତ ହେବା ପରେ ଧୂଳିସାତ ହୋଇଯାଇଥିଲା ଲାଲୁଙ୍କ ସ୍ୱପ୍ନ। ତେଣୁ ପୁଅକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସେ ନିତିଶଙ୍କ ଜେଡିୟୁର ଜାତୀୟ ସଭାପତି ଲଲନ ସିଂହଙ୍କୁ ହାତ କରିଥିବା କୁହାଯାଉଛି। ଲଲନଙ୍କୁ ରାଜ୍ୟସଭା ପଠାଇବା ଲୋଭ ଦେଖାଇ ତାଙ୍କ ଜରିଆରେ ଜେଡିୟୁର ୧୨ ବିଧାୟକଙ୍କୁ ହଡପ ଲାଗି ଚକ୍ରାନ୍ତ କରିଥିଲେ ଲାଲୁ। ତେବେ ଏହାର ପର୍ଦ୍ଦାଫାଶ ହେବା ପରେ ପ୍ରଥମେ ଲଲନଙ୍କୁ ପ୍ରଥମେ ସଭାପତି ପଦରୁ ହଟାଇଥିଲେ ନୀତୀଶ। ଆଉ ଏବେ କଂଗ୍ରେସ ଓ ଆରଜେଡିକୁ ନେଇ ଗଠିତ ମହାଗଠବନ୍ଧନକୁ ବାୟ ବାୟ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମଳିଛି।

Advertisment
Bihar Nitish Kumar India News JDU
Advertisment
Advertisment