ନେତା କାମୁଡ଼ା କାମୁଡ଼ି
ବଲାଙ୍ଗିର ଏସ୍.ପିଙ୍କ କାର୍ଯ୍ୟାଳୟରେ ବିଜେଡି ନେତା। ସହରର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଏସ୍.ପିଙ୍କ ସହ ଆଲୋଚନା। ବିରୋଧି ନେତାଙ୍କୁ ସିଧା ଆରୋପ, ସହରରେ ବଢିଛି ବେଆଇନ ନିଶା କାରବାର । ନିଶା ଖାଇ ଅପରାଧ କରୁଛନ୍ତି ଯୁବକ। ଧରପଗଡ ହେଉନାହିଁ କି ଅପରାଧିଙ୍କୁ ଧରିପାରୁନି ପୋଲିସ। ତେଣୁ ବଢୁଛି ଚୋରୀ, ରାହାଜାନୀ,ଲୁଟ। ଗଡୁଛି ମୁଣ୍ଡ। ଦୁଇଦିନରେ ଦୁଇଟି ନିର୍ମମ ହତ୍ୟାକାଣ୍ଡ ଯୋଗୁଁ ଭୟ ଓ ଆତଙ୍କରେ ସହରବାସୀ । ଗତ ୧୨ ତାରିଖ ଚିମନୀଭାଟି ପଡା ମଝିରେ ଦିନ ଦ୍ବିପ୍ରହରେ ଡ୍ରାଇଭର ରାମ ଦାସକୁ ନିର୍ମମ ହତ୍ୟା କରି, ଫେରାର ହୋଇଥିଲା ହତ୍ୟାକାରୀ। ସେହିପରି ୧୩ ତାରିଖ ମନୋଜ ନାଏକ ନାମକ ଜଣେ ବ୍ୟକ୍ତିଙ୍କୁ ହାଣି ହତ୍ୟାକରିଥିଲେ ଅପରାଧି। ଏପରିକି କ୍ୟାମେରାରେ କଏଦ ହୋଇଥିଲା ହତ୍ୟାକାରୀର ଚେହେରା। ହେଲେ ଏଯାଏଁ ଅଭିଯୁକ୍ତଙ୍କୁ ଧରିପାରିନି ପୋଲିସ। ତେଣୁ ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସର ଅପାରଗତା ପାଇଁ ଆନ୍ଦୋଳନାର ଧମକ ଦେଇଛି ବିଜେଡି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)