Odisha Assembly
ଓଡ଼ିଶା ବିଧାନସଭାରେ କର୍ଣ୍ଣାଟକ ଷ୍ଟାଇଲ୍ । ସେଠି କଂଗ୍ରେସ ସରକାର ଉପରେ ଗର୍ଜନ କରିଥିଲେ ବିଜେପି ବିଧାୟକ । ଆଉ ଏଠି ବିଜେପି ସରକାର ବିରୋଧରେ ଗର୍ଜନ କଲେ କଂଗ୍ରେସ ବିଧାୟକ । ଏ ଦୁଇଟି ଦୃଶ୍ୟକୁ ଦେଖନ୍ତୁ... ଦୁଇଟି ଯାକ ଭିଡିଓ ଭିତରେ ପ୍ରାୟ ସେମିତି କିଛି ପାର୍ଥକ୍ୟ ଆପଣ ଦେଖିବାକୁ ପାଇବେନି । ଗୋଟିଏ ପଟେ କର୍ଣ୍ଣାଟକ ବିଧାନସଭା ଭିତରୁ ବୁହାହେଉଛନ୍ତି ବିଜେପି ବିଧାୟକ । ଆଉ ଗୋଟିଏ ପଟେ ଓଡ଼ିଶା ବିଧାନସଭାରେ କଂଗ୍ରେସ କରୁଛି କୀର୍ତ୍ତନ । ଗିନି ବାଡ଼ାଉଛି, ଘଣ୍ଟ ବଜାଉଛି, ଆଉ ଉଠାଉଛି ପକାଉଛି ବିଧାନସଭା । ଫଳରେ ପ୍ରଶ୍ନକାଳରେ ସାଧାରଣ ଲୋକଙ୍କ ସମସ୍ୟା କଥା ଉଠିପାରୁ ନାହିଁ । ସେଇଥିପାଇଁ କଂଗ୍ରେସ ବିଧାୟକମାନଙ୍କୁ ଗୃହରୁ ବାହାରକୁ ନେବାକୁ ମାର୍ଶଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)