ବିଧାନସଭା ବନ୍ଦ ପାଇଁ ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ
ବିଧାନସଭା ଅଚଳ କରିବାକୁ ଅଛିଣ୍ଡା ଅଙ୍କର ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ। ବିଧାନସଭାରେ ବିରୋଧୀଙ୍କ ଲଗାତାର ହଟ୍ଟଗୋଳ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରେସମିଟରେ ପ୍ରବଳ ବର୍ଷିଛନ୍ତି। କହିଛନ୍ତି, ମହିଳା ସୁରକ୍ଷା ପ୍ରସଙ୍ଗରେ ଆମ ସରକାର ସଚେତନ ଅଛନ୍ତି। ଏ ନେଇ ବିଧାନସଭାରେ ଆଲୋଚନା ପାଇଁ ଆସନ୍ତୁ ବିରୋଧୀ। କିନ୍ତୁ ହାଉସ କମିଟି ଗଠନ ଦାବି ଅଯୌକ୍ତିକ। କୌଣସି ନିର୍ଦ୍ଦିଷ୍ଟ ବଡ଼ ଧରଣର ଘଟଣାର ତଦନ୍ତ ପାଇଁ ହାଉସ କମିଟି ଗଠନ ହୁଏ। କିନ୍ତୁ ପୂରା ଘଟଣାରେ ହାଉସ କମିଟି ଗଠନ ଅବାସ୍ତବ। ଏଭଳି ଅଛିଣ୍ଡା ଅଙ୍କ କହି ବିଧାନସଭା ୱାଶ୍-ଆଉଟ୍ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ। କଂଗ୍ରେସ ଘଣ୍ଟ ବାଡ଼େଇ, ଗୁଣ୍ଡାରାଜ କରି ପବିତ୍ର ଗୃହର ଅପମାନ କରିଛି। ମାର୍ଚ୍ଚ ୭ରୁ ୧୩ ଦିନ ହେଲା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଧାନସଭା ଚଳାଇବାକୁ ଦିନକୁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଗୃହ ଚଳାଇ ଦିଆନଯିବା ଦ୍ବାରା ରାଜକୋଷକୁ ବି କ୍ଷତି ହେଉଛି। କଂଗ୍ରେସ ୨୭ ତାରିଖରେ ଆନ୍ଦୋଳନ କରିବାକୁ ଥିବାରୁ, କୌଣସି ପ୍ରକାର ବିଧାନସଭା ଚଳାଇ ନଦେବାକୁ କୁଆଡ଼େ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)