ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ବାହାରୁ ଥାଇ ଗୃହ ଅଚଳ କରୁଛି କଂଗ୍ରେସ । ସର୍ବଦଳୀୟ ବୈଠକ ବେଳେ ଖୋଦ୍ କଂଗ୍ରେସ ବିଧାୟକ ଏହା କହିଥିବା ନେଇ ବିଜେପି ବିଧାୟକ ଜୟନାରାୟଣଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା । ହେଲେ ଜବାବରେ ବିଧାୟକ ତାରା ବାହିନୀପତି କିନ୍ତୁ କଡ଼ା ଶବ୍ଦରେ ଏହାର ଖଣ୍ଡନ କରିବା ସହ ଜୟନାରାୟଣ ମିଛ କହୁଥିବାର ପାଲଟା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି ।
Published By: Santosh Kumar Sahoo
Last updated: 21 March 2025, 09:05 PM IST
ତୁରୀ ଫୁଙ୍କିଲେ, ବଇଁଶୀ ବଜେଇଲେ, କଳା ପୋଷାକ ପିନ୍ଧି ଘଣ୍ଟଘଣ୍ଟା ପିଟିଲେ । ଗୃହ ଭିତରେ ହଟ୍ଟଗୋଳ, ଗୃହ ବାହାରେ ପରିକ୍ରମା । ଗତକାଲି ହୁଇସିଲ୍ ବଜାଇବା ପରେ ଆଜି କଂଗ୍ରେସ ବିଧାୟକଙ୍କ ଏଭଳି ହୁଲ୍ଲଡବାଜିରୁ ପୁଣି ଧୋଇଗଲା ପ୍ରଶ୍ନକାଳ ।