BJD
ଯାଜପୁର ବ୍ୟାସନଗର ପୌର ପରିଷଦରେ ବିଜେଡି ବିରୁଦ୍ଧରେ ଜିତିଗଲା ବିଜେଡି । ଯାଜପୁର ବ୍ୟାସନଗର ପୌରଅଧ୍ୟକ୍ଷା ଅନାସ୍ଥା ଭୋଟରେ ହାରିଗଲେ । ପଦାରେ ପଡିଗଲା ଦଳର ଅର୍ନ୍ତକନ୍ଦଳ । ବୁଧବାର ବିଜେଡିର ପୌରାଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଅନାସ୍ଥା ଭୋଟରେ ଗାଦି ହରାଇ ବସିଲେ । ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ୧୬ ଜଣ ବିଜେଡି କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ । ହେଲେ ୬ ଜଣ ବିଜେଡି କାଉନସିଲର ପିଙ୍ଗୁଆଙ୍କୁ ସପୋର୍ଟ କରି ଭୋଟ ଦେବାରୁ ବିରତ ରହିଲେ । ଚର୍ଚ୍ଚା ହେଉଛି କି ଯେଉଁ ୧୬ କାଉନସିଲର ସଙ୍ଗିତାଙ୍କ ବିରୁଦ୍ଧରେ ଭୋଟ ଦେଲେ ସମସ୍ତେ ଯାଜପୁର ବିଜେଡି ନେତା ବବି ଦାସଙ୍କ ଦୃଢ ସମର୍ଥକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)