ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ଦୁଇ ଗୁଣା କାର୍ଯ୍ୟକର୍ତ୍ତା ପାଇଁ ଷ୍ଟ୍ରାଟେଜି । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ । ଅନ୍ୟପଟେ ବିଜେଡି ବି ନିଜ ସଙ୍ଗଠନକୁ ଯୋଡ଼ିବାକୁ ଆରମ୍ଭ କରିଛି ଜନ ଜାଗରଣ ଅଭିଯାନ । ରାଜ୍ୟ ସରକାରଙ୍କ ବିଫଳତା ଓ ନିର୍ବାଚନ ପ୍ରତିଶ୍ରୁତିକୁ ନେଇ ଲୋକଙ୍କୁ ସଚେତନ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ । ବଢ଼ିବ ବିଜେପିର କଳେବର । ସଂଖ୍ୟା ବଢେଇ ଶକ୍ତି ବଢାଇବାକୁ ପଦ୍ମ ଦଳର ମାଷ୍ଟରପ୍ଲାନ । ଦେଢ ମାସରେ କୋଟିଏ କାର୍ଯ୍ୟକର୍ତ୍ତା ପାଇଁ ବ୍ଲୁପ୍ରିଣ୍ଟ । ପ୍ରତି ବୁଥରେ ୨୦୦ ଜଣଙ୍କୁ ଟାର୍ଗେଟ୍ ।
Published By: Satyendu Shekher Mishra
Last updated: 19 August 2024, 10:51 PM IST
ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ତଥା ରାଜନେତା ସୁଲତା ଦେଓ ପୁଣି ଥରେ ଚର୍ଚ୍ଚାରେ। ତେବେ ଏଥର ତାଙ୍କର ସମ୍ବେଦନହୀନ ବୟାନ ପାଇଁ ସୁଲତା ଚର୍ଚ୍ଚାରେ ରହିଛନ୍ତି। ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡିତଙ୍କୁ ନେଇ ସୁଲତାଙ୍କ ବୟାନ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।