ବିଜେଡିରେ ବଡ଼ ଗୋଳମାଳ
ରାଜ୍ୟସଭାରେ ୱକଫ୍ ବିଲ୍ ଭୋଟିଂ ବେଳେ ଫାଳ ଫାଳ ହୋଇଗଲା କି ବିଜେଡି ? ଆଗରୁ ବିଲ୍କୁ ଦଳ ଜୋରଦାର ବିରୋଧ କରୁଥିବାବେଳେ କାଲି ଭୋଟିଂ ବେଳେ ବିବେକ ଅନୁସାରେ ବିଲ୍ ସପକ୍ଷରେ ମତ ରଖିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ହଲଚଲ ପରେ, ଆଜି ଅନ୍ୟଜଣେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଭୋଟ୍ ଦାନରୁ ବିରତ ରହିଥିବା ସୂଚନା ସନ୍ଦେହକୁ ଦ୍ବିଗୁଣିତ କରିଛି । ଏମିତିକି ୟା ପଛରେ କିଛି ଖେଳ ହୋଇଥିବା ନେଇ ଦଳର ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ଶଙ୍କା ବି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଏ ସମ୍ପର୍କରେ ଦଳ ସଭାପତିଙ୍କୁ ପଚାରିବେ ବୋଲି ପ୍ରସନ୍ନ ଅଚାର୍ଯ୍ୟ କହିଥିବାବେଳେ, ପୁରା ପ୍ରସଙ୍ଗରେ ତେରଛା ବାଣ ଛାଡ଼ି ବିଜେପି କହିଛି- ବିଜେଡି ସାଂସଦଙ୍କ ଉପରେ ନବୀନଙ୍କର ଆଉ କର୍ତ୍ତୃତ୍ବ ନାହିଁ’ । ନେତା ଓ କର୍ମୀଙ୍କ ଆସ୍ଥା ହରାଇଲା ପରେ ସେ ଦଳର ଭବିଷ୍ୟତ ଅନ୍ଧାକାରକୁ ଚାଲିଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)