Advertisment

କନ୍ଦଳରେ କଂପିଲା ଶଙ୍ଖଭବନ

ପୁଣି କମ୍ପିଲା ଶଙ୍ଖ ଭବନ । ହଟହଟା ହେଲେ ସାଂସଦ । ନିର୍ବାଚନ ସମୟର ରାଗକୁ ସୁଝାଇଲେ ଯୁବ ନେତା । ଶଙ୍ଖ ଭବନରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ଜୋରଦାର୍ ବିରୋଧ ।

author-image
Santosh Kumar Sahoo

ପୁଣି କମ୍ପିଲା ଶଙ୍ଖ ଭବନ । ହଟହଟା ହେଲେ ସାଂସଦ । ନିର୍ବାଚନ ସମୟର ରାଗକୁ ସୁଝାଇଲେ ଯୁବ ନେତା । ଶଙ୍ଖ ଭବନରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ଜୋରଦାର୍ ବିରୋଧ । ବିଜେଡି ଜନ ଜାଗାରଣ ଅଭିଯାନ, ରାଜ୍ୟ କର୍ମକର୍ତ୍ତା ସମ୍ମିଳନୀ ସଭାରେ ବିରୋଧ। କାର୍ଯ୍ୟକ୍ରମ ଆରମ୍ଭରୁ କିଛି ଯୁବ ବିଜେଡି ନେତା ମାନସ ମଙ୍ଗରାଜଙ୍କ ବିରୋଧରେ କରିଥିଲେ ନାରାବାଜି । ନିର୍ବାଚନ ପରିଚାଳନା ଓ ଟିକେଟ୍ ବଣ୍ଟନ ତ୍ରୁଟିକୁ ନେଇ ଏହି ବିରୋଧ ହୋଇଥିବା ସୂଚନା। ବିରୋଧ ଜୋରଦାର୍ ହେବାରୁ ସଭା ମଝିରୁ ମାନସ ମଙ୍ଗରାଜ ଉଠି ପଳାଇଥିଲେ। ତେବେ କିଛି ବରିଷ୍ଠ ନେତା ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।

Advertisment
Naveen Patnaik BJD Odisha
Advertisment
Advertisment