ମହିଳା ବିରୋଧୀ ଅପରାଧକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ । କହିଛନ୍ତି, ଅପରାଧ କଲେ ତ୍ରାହି ନାହିଁ, ଅପରାଧିଙ୍କୁ ଜେଲ୍ ପଠାଯାଉଛି । ଏନେଇ ରାଜ୍ୟ ସରକାର ଶ୍ବେତପତ୍ର ପ୍ରକାଶ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତ୍ବରିତ ଭାବେ ସରକାର ଆକ୍ସନ ନେଉଛନ୍ତି, କୋର୍ଟ ବିଚାର କରିବ । ବୁଡ଼ି ଯାଉଥିବା ଦଳ କଂଗ୍ରେସ ଟାର୍ଗେଟ୍ କଲେ ସିନା ସାମ୍ନାକୁ ଆସିବ । ଭିତ୍ତିହୀନ ଅଭିଯୋଗ କଲେ ଲାଭ କଣ, ବିଧାନସଭାରେ ଉଠାନ୍ତୁ । ଶୂନ୍ୟକାଳ କିମ୍ବା ମୁଲତବି ନୋଟିସ୍ ଦେଇ ଆଲୋଚନା କରିପାରିବେ । ଆମ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, ଅଧାରୁ ବନ୍ଦ କରି ପଳାଇବୁନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Published By: Santosh Kumar Sahoo
Last updated: 03 March 2025, 06:28 PM IST
ବ୍ୟକ୍ତିଗତ ସମ୍ପର୍କ ଥାଇପାରେ ମାତ୍ର ପ୍ରଶଂସା କରିପାରିବେନି। ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କେହି କିଛି କହିପାରିବେନି। ଦଳର ଆଭିମୁଖ୍ୟ ବାହାରକୁ ଯାଇ କେହି କହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ପିସିସିର ନୂଆ ସଭାପତି ଭକ୍ତ ଚରଣ ଦାସ।