ଦୀର୍ଘ ବର୍ଷ ପରେ ଚେତିଲେ ସରକାର । ଡାକ୍ତର ଓ ନର୍ସଙ୍କ ଡ୍ୟୁଟିକୁ ଜଗିବ ବାୟୋମେଟ୍ରିକ୍ ବ୍ୟବସ୍ଥା । ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀଙ୍କ ଉପରେ ବି ରହିବ ତୀକ୍ଷ୍ନ ନଜର । ଏଥିପାଇଁ ସରକାର ଆଣିବାକୁ ଯାଉଛନ୍ତି ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ସିଷ୍ଟମ୍ । ଡ୍ୟୁଟିକୁ ନ ଆସି ଆଉ ଠକି ପାରିବେନି ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ । ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ସରକାରୀ ମେଡିକାଲ କଲେଜ, ସବୁଠି ଲାଗିବ ବାୟୋମେଟ୍ରିକ୍ ମେସିନ୍ ।
Published: Satyendu Shekher Mishra
Last updated: 02 March 2023, 10:35 PM IST
ଆଇଏଏସ୍ ହେବାର ଜିଦ୍ ତାଙ୍କୁ ଏମିତି ଘାରିଥିଲା ଯେ, ସେ ଯେତେବେଳେ ନିଜ ନିଷ୍ପତ୍ତି ଘରେ ଶୁଣାଇଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ୨୪ ବର୍ଷର ଏହି ସୁନ୍ଦରୀ ଝିଅଟି ଆହୁରି ଅନେକ ଅପ୍ରୀତିକର ନିଷ୍ପତ୍ତି ନେଇଥିଲା, ଯାହା ଆଜିର ପଥଭ୍ରଷ୍ଟ ଯୁବକ ଯୁବତୀ ଜାଣିବା ଦରକାର। ଆସନ୍ତୁ ପଢ଼ିବା ତରୁଣ ଲେଡି ଆଇଏଏସ୍ ଅଫିସର ନେହା ବଦବୱାଲଙ୍କ କୌତୁହଳପୂର୍ଣ୍ଣ ସଂଘର୍ଷମୟ କାହାଣୀ।