ଦେଖୁଛନ୍ତି ତ ଦର୍ଶକ ବନ୍ଧୁ ଏହା ଏକ ଫଳ ଦୋକାନ, ଫଳ ଦୋକାନର ବ୍ୟାନର ବି ଲାଗିଛି। ହେଲେ ଏଠାରେ ଥାକଥାକ ହୋଇ ଥୁଆ ହୋଇଛି ଭଳିକି ଭଳି ବିଭିନ୍ନ ଡିଜାଇନ୍ ଓ ରକମ ମୁଆଁ। ଏହି ମୁଆଁ ଗଞ୍ଜାମର ଆସିକାରେ ପ୍ରସ୍ତୁତ କରାଯାଇ ସାରାରାଜ୍ୟ ଶୀତଦିନରେ ରପ୍ତାନୀ ହୋଇଥାଏ। ଶୀତଦିନ ଆସିଲେ ଏହି ପାରମ୍ପରିକ ଆସିକା ମୁଆଁ ଚାହିଦା ବେଶ ଅଧିକ। ପ୍ରଥମେ ଶୁଖିଲା ନଡ଼ିଆକୁ ଛଡାଇ ତାକୁ ଭାଙ୍ଗି ଶଢେଇରୁ ବାହାର କରି ସାଇଜରେ ପାତିଆ କରିକି କାଟୁଛନ୍ତି। କଟା ନଡ଼ିଆ ପାତିକୁ ଚିନିରେ ପାଗ କରୁଛନ୍ତି। ଏଠାରେ ସାଧା ମୁଆଁ, କାଜୁ ମୁଆଁ,ଭଜା ମୁଆଁ, ଗୁଡ଼ ମୁଆଁ ଭଳି ଅନେକ ରକମର ମୁଆଁ ପ୍ରସ୍ତୁତ କରାଯାଉଛି । ହେଲେ ଲୋକଙ୍କର ବେଶି ପସନ୍ଦ ଭଜା ମୁଆଁ।
Published By: Santosh Kumar Sahoo
Last updated: 02 January 2024, 08:31 AM IST
ଜୀବନ ଯୁଦ୍ଧରେ ଜିତି, ସେ ନାଁ ପାଇଛି 'ବିଜୟିନୀ' । ଆଉ ପରିଚୟ-'ଭିମସାରର ଝିଅ' । କାରଣ ଏଇ ବୁର୍ଲା ଭିମସାରରେ ଡାକ୍ତରମାନଙ୍କ ଅମୃତ ଛୁଆଁ ତାକୁ ପୁନର୍ଜନ୍ମ ଦେଇଛି, ନର୍ସମାନଙ୍କ କୋଳରେ ସେ ବଢ଼ିଛି, ଆଉ ଏଠାକାର ବହୁ ପ୍ରସୂତିଙ୍କ କ୍ଷୀର ବି ପିଇଛି ।