ଜମିକୁ କେନାଲ ଜରିଆରେ ଜଳସେଚନର ସୁବିଧା କରିଥିବା କହୁଛନ୍ତି ସରକାର, ହେଲେ ବର୍ଷା ଅଭାବ ଓ ଜଳ ସେଚନର ଅବ୍ୟବସ୍ଥାରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି। ପାଣି ନପାଇ ଜମି ଫାଟି ଆଁ କରିଛି, ଧାନ ଫସଲ ପୋଡି ନଷ୍ଟ ହେବାକୁ ବସିଲାଣି....
Published By: Kausik Mohapatra
Last updated: 06 November 2023, 10:22 PM IST
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି । ଦୀପାବଳିରେ ବାଣ ଉପରେ ଯେତେ କଟକଣା ଲଗାଇଲେ ବି ସ୍ଥିତି ଆହୁରି ଅଧିକ ଖରାପ ହେବ ବୋଲି ଆଶଙ୍କା କରାଯାଉଛି। ଏଣେ ଖାଲି ପବନ ନୁହେଁ, ଯମୁନା ନଦୀର ଜଳରେ ଭାସୁଛି ମେଞ୍ଚା ମେଞ୍ଚା ବିଷାକ୍ତ ଫେଣ । ବିଷ ବଳୟ ଭିତରେ ଥିବା ରାଜଧାନୀ ଦିଲ୍ଲୀର ଦୁଃଖ କଥା ଏବେ କହିଲେ ନସରେ।