ଭିକାରୀ ଘରେ ଚୋରି
ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ଜଣେ ବୃଦ୍ଧା ଭିକାରୀ ହାତରେ ଭଙ୍ଗା ତାଲା ଧରି ପହଞ୍ଚିଛନ୍ତି । ଆଉ କାନ୍ଦି କାନ୍ଦି କହୁଛନ୍ତି ତାଙ୍କ ଘରୁ ୨୦ ହଜାର ଟଙ୍କା ,ଏବଂ ୫୦୦ ଇଟା ଚୋରି ହୋଇଯାଇଛି ଏହି ଜନ ଶୁଣାଣିରେ ମହିଳା ଜଣଙ୍କ ପୋଲିସ ଏହି କେସର ଯାଞ୍ଚ କରୁ ବୋଲି ଦାବି କରିଥିଲେ । ବୃଦ୍ଧା ଜଣଙ୍କ କହିଲେ ସେ ପ୍ରତିଦିନ ସକାଳୁ ଭିକ୍ଷାବୃତ୍ତି କରିବାକୁ ବାହାରିପଡନ୍ତି ଆଉ ସବୁବେଳେ ଘର ତାଲା ପକେଇଥାନ୍ତି କିନ୍ତୁ ସଂନ୍ଧ୍ୟାବେଳକୁ ଘରକୁ ଫେରିବାବେଳେ ଦେଖନ୍ତି ତାଲା ଭାଙ୍ଗି ଯାଇଥାଏ । ପରେ ତାଙ୍କ ଘରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)