DJ
ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ? ଯିଏ ଭୋଗୁଛନ୍ତି, ସିଏ ହିଁ ଜାଣୁଛନ୍ତି ଡିଜେ କେତେ ମାରାତ୍ମକ। ପୁରୁଣା ଭୁବନେଶ୍ୱରର ୭୧ ବର୍ଷିୟ ବୈକୁଣ୍ଠ ନାଥ ଦାଶ । ଯିଏ ଜଣେ ହୃଦରୋଗୀ। ପୂଜା ପାର୍ବଣ କିମ୍ବା ଯେକୌଣସି ଶୋଭାଯାତ୍ରାବେଳେ ଡିଜେ ନାଁ ଶୁଣି ଛାତିଥରି ଯାଏ ତାଙ୍କର। ହେଲେ କହିବେ କାହାକୁ, ଶୁଣିବ କିଏ ? ସରକାର ବି ଏ ଦିଗରେ ପଦକ୍ଷେପ ନେଉନଥିବାରୁ ଅସହାୟ ବୈକୁଣ୍ଠ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)