Advertisment

Odisha Politics: ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା

ଆଜି ପ୍ରଶ୍ନ କାଳ ଆରମ୍ଭ ପୂର୍ବରୁ ହିଁ ବିଜେଡି ବିଧାୟକମାନେ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଆଉ ବାଚସ୍ପତି ଆସିବା ପରେ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ ନାରାବାଜି ଦେଉଥିବା ବିଧାୟକ। ଖାଲି ସେତିକି ନୁହେଁ, ବିଧାୟକ ଅଧିରାଜ ପାଣିଗ୍ରାହୀ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବାକୁ ବି ଉଦ୍ୟମ କରିଥିଲେ।

author-image
Deviprasad Jena

ଆଜି ପ୍ରଶ୍ନ କାଳ ଆରମ୍ଭ ପୂର୍ବରୁ ହିଁ ବିଜେଡି ବିଧାୟକମାନେ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଆଉ ବାଚସ୍ପତି ଆସିବା ପରେ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ ନାରାବାଜି ଦେଉଥିବା ବିଧାୟକ। ଖାଲି ସେତିକି ନୁହେଁ, ବିଧାୟକ ଅଧିରାଜ ପାଣିଗ୍ରାହୀ ବାଚସ୍ପତିଙ୍କ ମାଇକ୍ ଭାଙ୍ଗିବାକୁ ବି ଉଦ୍ୟମ କରିଥିଲେ। ବିଜୁ ଜୟନ୍ତୀରେ କାହିଁକି ପଞ୍ଚାୟତିରାଜ ଦିବସ ପାଳନ ହେବନି ବୋଲି ପ୍ରଶ୍ନ କରି ଏହା ବିଜୁଙ୍କ ପ୍ରତି ଅପମାନ କହିଥିଲା। ପ୍ରବଳ ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ପ୍ରଥମେ ୧୨ଟା ଓ ପରେ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଥିଲେ। ଅପରପକ୍ଷେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ସରକାରଙ୍କୁ ନିଷ୍ପତ୍ତିର ପ୍ରତ୍ୟାହାର ପାଇଁ ଚେତାବନୀ ଦେଇଥିଲେ ।

Advertisment
BJD BJP Biju Patnaik Odisha Politics
Advertisment
Advertisment