କଟକରୁ ଅବକାରୀ କମିଶନରଙ୍କ ଅଫିସ୍ ଉଠାଇ ନେବାକୁ ହୋଇଥିଲା କି ଚକ୍ରାନ୍ତ ? ଭୁବନେଶ୍ବର ସ୍ଥାନାନ୍ତର ପାଇଁ ସରି ଯାଇଥିଲା କି ଆନୁସଙ୍ଗିକ ପ୍ରକ୍ରିୟା ? ନିଜ ସ୍ବାର୍ଥ ପାଇଁ ବିଜେଡି ସରକାର ଅମଳରେ ଜଣେ IPS ଅଫିସର୍ କରିଥିଲେ କି ଏ ଫନ୍ଦି ? କଟକ ସିଡିଏ କୃଷକ ବଜାରରେ ଥିବା ଅବକାରୀ ନିର୍ଦ୍ଦେଶାଳୟ ଅଧୀନସ୍ଥ ବିଭାଗୀୟ କମିଶନରଙ୍କ କାର୍ଯ୍ୟାଳୟକୁ ନେଇ ଏମିତି ମାଳ ମାଳ ପ୍ରଶ୍ନ ଭିତରେ, ଗତକାଲି ସ୍ଥାନୀୟ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ହଠାତ୍ ସେଠାକୁ ଯାଇ କରିଥିଲେ ଅନୁସନ୍ଧାନ । ଭିତରର ସ୍ଥିତି ଦେଖି ଚକିତ ହୋଇ ଯାଇଥିଲେ ବିଧାୟିକା । ବାରଣ୍ଡାରେ ଅତି ଦୟନୀୟ ଅବସ୍ଥାରେ ଥୁଆ ହୋଇଛି, ଅତି ଦରକାରୀ ଶହ ଶହ ପୁରୁଣା ଫାଇଲ୍ । କେଉଁଟିରେ ନାଲି ଫିତା ବନ୍ଧା ହୋଇଛି, ତ କେଉଁଟି ଫିମ୍ପି ମାରି ଯାଇଛି।
Published By: Satyendu Shekher Mishra
Last updated: 03 September 2024, 10:32 PM IST
ସ୍ୱାମୀ ସହ ଝଗଡ଼ା। ନିଇତି ପାଟିତୁଣ୍ଡ। ପରକୀୟ ପ୍ରିତି ପାଇଁ ଉଜାଡିଥାନ୍ତା ପୂରା ପରିବାର। ନିଆଁରେ ଜଳିଥାନ୍ତା ୪ ନୀରିହ ଜୀବନ। ସ୍ୱାମୀ ଆଉ ଜଣେ ସ୍ତ୍ରୀ ସହ ସମ୍ପର୍କରେ ଥିବା ସନ୍ଦେହ କରି ସ୍ତ୍ରୀ ନେଇଥିଲା ଚରମ ନିଷ୍ପତ୍ତି। ତିନି ପିଲାଙ୍କୁ ଧରି ଆତ୍ମହୂତି କରିବାକୁ ବାଛିଥିଲା ବାଟ। କିରୋସିନ୍ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲା।