ଭୁବନେଶ୍ୱରରୁ ୨୦ରୁ ୨୫ କିଲୋମିଟର ଦୂର, ଖୋର୍ଦ୍ଧା, ପିପିଲି ଓ କଟକ ଯିବାକୁ ବି ହେଲିକପ୍ଟର ବ୍ୟବହାର କରୁଥିଲେ ପାଣ୍ଡିଆନ। ଆଉ ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଥିଲା ପାଣି ଭଳି ଟଙ୍କା। ବଡ଼ କଥା ହେଲା ଏ ବାବଦରେ କେତେ ଖର୍ଚ୍ଚ ହୋଇଛି ସେ ହିସାବ ବି ସରକାରୀ ଖାତାରେ ନାହିଁ। ତେଣୁ ଏହାର ତଦନ୍ତ ପାଇଁ ପରିବହନ ମନ୍ତ୍ରୀଙ୍କ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
Published By: Sujit kumar Swain
Last updated: 11 August 2024, 10:55 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।