Advertisment

ଭୁଶୁଡ଼ି ପଡ଼ିଛି କି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା?

ରାଜ୍ୟରେ ଭୁଶୁଡ଼ି ପଡ଼ିଛି କି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ? କେତେ ଦହଗଞ୍ଜ ସାଧାରଣ ମଣିଷ ? ନ୍ୟାୟ ପାଇଁ ବାରମ୍ବାର ରାଜ୍ୟ ମହିଳା କମିଶନଙ୍କ ଅଫିସକୁ ଦୌଡିଥିଲେ ବି ଏଠି ଗୁହାରି ଶୁଣିବାକୁ କେହି ନାହାନ୍ତି । ସମାନ ଅବସ୍ଥା ରାଜ୍ୟ ଶିଶୁ ସୁରକ୍ଷା କମିଶନରେ । ଫଳରେ ପୀଡିତାଙ୍କ ଆଖିରୁ ଲୁହ ଶୁଖୁନି କି ଅକୁହା କୋହ ସହି ହେଉନି ।

author-image
Santosh Kumar Sahoo

ରାଜ୍ୟରେ ଭୁଶୁଡ଼ି ପଡ଼ିଛି କି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା । ଗଦା ହେଲାଣି ମାମଲା, ହୋଇପାରୁନି ଫୈସଲା । ୭ ମାସ ହେଲା ନାହାନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କି ସଦସ୍ୟ। ତେଣେ ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ନିରାଶ ଅଭିଯୋଗକାରୀ । ରାଜ୍ୟ ଶିଶୁ ସୁରକ୍ଷା କମିଶନ ହେଉ କି ଲୋକାୟୁକ୍ତ, ସବୁଠି ଚୌକି ଖାଲି । ସାମାଜିକ କର୍ମୀ କହିଲେଣି ଶୀଘ୍ର ପଦବୀ ପୂରଣ ନହେଲେ ବିପଦ । ତେଣେ ବିରୋଧୀ ବି କଲେଣି ସରକାରଙ୍କୁ ନିଶାନା ।

Advertisment
Odisha State Women Commission
Advertisment
Advertisment