ମୂଲ ଲାଗିଲେ ଶିକ୍ଷକ
କାଲି ଛୁଟି ପାଇଁ ଦରଖାସ୍ତ ଦେଇଥିଲେ, ଆଜି ମଜୁରୀ ଲାଗିଲେ । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକର ଶିକ୍ଷକ ପ୍ରଭୁଦତ୍ତ ସାହୁଙ୍କ କଥା । ତିନି ମାସ ହେଲା ଦରମା ମିଳିନଥିବା ଅଭିଯୋଗରେ ଆଜି ଭିନ୍ନ ଭାବେ ପ୍ରତିବାଦ କରିଛନ୍ତି ପ୍ରଭୁଦତ୍ତ । ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି । ସେପଟେ ଶିକ୍ଷକଙ୍କୁ ଦରମା ନମିଳିବାକୁ ନେଇ ବିଇଓଙ୍କୁ ତାଗିଦ୍ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଏହାସହ ଖୁବଶୀଘ୍ର ଦରମା ଦେବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)