ବଦଳିବା ଦରକାର କି ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ । ରେଭେନ୍ସା। ଓଡ଼ିଶାରେ ଉଚ୍ଚଶିକ୍ଷାର ଅନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କାଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ । ଇଏ ସେଇ ଟି.ଇ. ରେଭେନ୍ସା, ଯାହାଙ୍କ ସମୟରେ ୧୮୬୬ରେ ଓଡ଼ିଶାରେ ପଡ଼ିଥିଲା କୁଖ୍ୟାତ ୯ ଅଙ୍କ ଦୁର୍ଭିକ୍ଷ ।
Published By: Santosh Kumar Sahoo
Last updated: 31 August 2024, 10:17 PM IST
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର । ଏହାର ସନ୍ଧାନ ପାଇଁ ନନ୍-ପେନିଟ୍ରେଟିଂ ସର୍ଭେ କରିବାକୁ ଯୋଜନା ଅଛି। ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।